Comprehension

ଅନୁଚ୍ଛେଦ ଅନୁଯାୟୀ ପ୍ରଶ୍ନ ଗୁଡିକର ଉତ୍ତର ଦିଅ।

କାହାକୁ ମୋର ଜନ୍ମଭୂମି ବୋଲି କହିବି ? ଏହି ବିଶାଳ ପୃଥ‌ିବୀ, ବିଶାଳ ଏସିଆ ମହାଦେଶ, ବିଶାଳ ଭାରତବର୍ଷ, ଓଡ଼ିଶା ଦେଶ ବା ମୋର ଜନ୍ମସ୍ଥାନ ପଲ୍ଲୀଗ୍ରାମ ? ଏମାନଙ୍କ ମଧ୍ୟରୁ କେହି କାହାରିଠାରୁ ବିଚ୍ଛିନ୍ନ ହୋଇନଥ‌ିବାରୁ ବ୍ୟାପକ ଅର୍ଥରେ ସମସ୍ତେ ମୋର ଜନ୍ମଭୂମି ହେଲେ ହେଁ, ମାତୃଗର୍ଭରୁ ପଡ଼ି ଯେଉଁଠାରେ ପ୍ରଥମେ ଭୂମି ସ୍ପର୍ଶ କଲି - ଯେଉଁଠାରେ ରୂପ, ରସ, ଗନ୍ଧ, ସ୍ପର୍ଶର ପ୍ରଥମ ପରିଚୟ ପାଇଲି - ବିଷମ ବିପାକବେଳେ ଯେ ଅଞ୍ଚଳରୁ ଫଳ, ପୁଷ୍ପ, ଶାକ, ତଣ୍ଡୁଳ ଢାଳିଦେଇ ଶିଶୁପ୍ରାଣକୁ ପରିପୁଷ୍ଟ କଲି, ସେହି ପଲ୍ଲୀ ହିଁ ମୋର ଜନ୍ମଭୂମି, ସେହି ମୋର ମାତା, ଧାତ୍ରୀ ଓ ଶିକ୍ଷୟିତ୍ରୀ। ଆୟୁସୂର୍ଯ୍ୟ ଯେତେ ବେଶି ଗଡିଚାଲିଛି, ତା ସହିତ ମୋର ସମ୍ବନ୍ଧ ସେତେ ବେଶି ଘନିଷ୍ଠ ହେବାର କଥା। କିନ୍ତୁ ଏ ସମ୍ବନ୍ଧ ଦିନକୁ ଦିନ କ୍ଷୀଣ ହୋଇ ଯେପରି ଲୀନହେବାକୁ ବସିଛି। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସିଚାଲିଛି। ଆଜି ମୁଁ ତାର ରୂପକୁ ଜାତିସ୍ମର ପରି ଖାଲି ସ୍ମରଣ କରେ। ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ - ବେଷ୍ଟିତ ଭଞ୍ଜ - କୀର୍ତ୍ତି - କିରୀଟିନୀ ମୋର ଜନ୍ମଭୂମି ମୋ' ଆଖ୍ ଆଗରେ ଭାସିଯାଏ, କିନ୍ତୁ ତାର କୋଳକୁ ଫେରିଯିବାପାଇଁ ମୋର ସାହସ ହୁଏ ନାହିଁ।

ଗଠନ ଦୃଷ୍ଟିରୁ ଏହା କେଉଁ ଧରଣର ଅନୁଚ୍ଛେଦ ?

This question was previously asked in
OSSC Excise SI (Mains) Official Paper (Held On: 17 Oct, 2024 Shift 2)
View all OSSC Excise SI Papers >
  1. ଜାତୀୟତା ବୋଧମୂଳକ
  2. ଜନ୍ମମାଟି ପ୍ରୀତିମୂଳକ
  3. ଦେଶଭକ୍ତି ମୂଳକ
  4. ଆଧ୍ୟାତ୍ମିକ ଦର୍ଶନମୂଳକ

Answer (Detailed Solution Below)

Option 2 : ଜନ୍ମମାଟି ପ୍ରୀତିମୂଳକ

Detailed Solution

Download Solution PDF
2) ଜନ୍ମମାଟି ପ୍ରୀତିମୂଳକ
Key Points
  • ଅନୁଚ୍ଛେଦରେ ଲେଖକ ତାଙ୍କ ଜନ୍ମଭୂମି ପ୍ରତି ଗଭୀର ସ୍ନେହ, ସମ୍ବେଦନା ଓ ନିଷ୍ଠା ବ୍ୟକ୍ତ କରିଛନ୍ତି।
  • ସେ ତାଙ୍କ ଜନ୍ମମାଟିକୁ ମା’ ଓ ଶିକ୍ଷୟିତ୍ରୀ ବୋଲି ବର୍ଣ୍ଣନା କରି ତାହାପାଇଁ ଅଗାଧ ପ୍ରେମ ଦେଖାଇଛନ୍ତି।
  • ଏହି କାରଣରୁ ଏହି ଅନୁଚ୍ଛେଦଟି ଜନ୍ମମାଟି ପ୍ରୀତିମୂଳକ ଅଟୁଟ ଭାବନାର ପ୍ରତିବିମ୍ବ।
Latest OSSC Excise SI Updates

Last updated on Feb 8, 2025

-> OSSC Excise SI PET/PMT Merit List has been released on the official website. The test was conducted on 4th and 5th February 2025. 

-> OSSC Excise SI 2024 Notification has been released for 10 vacancies.

-> The selection process includes Written Examination, PMT and PET, and Certificate Verification.

Get Free Access Now
Hot Links: teen patti flush teen patti master list teen patti master app